Header ADS

ଗାର୍ଲଫ୍ରେଣ୍ଡଙ୍କୁ ବାର୍ଥଡେ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିଲା ଯୁବକ


କାଲିମେଳା:ଗାର୍ଲଫ୍ରେଣ୍ଡଙ୍କୁ ବାର୍ଥଡେ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର MV–79 ପୋଲିସଙ୍କ ହାତରେ ଧରା ପଡ଼ିଛନ୍ତି। ଲାଚିପେଟା ଛକରେ ଦିନ ବେଳେ ପେଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୋଲିସ ଏକ୍ଟିଭା ସ୍କୁଟିକୁ ଠପ କରି ତଦନ୍ତ କରିଥିଲେ। ସେଥିରୁ ମୋଟ 22 କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ 50 ହଜାର ଟଙ୍କା। ଧରାପଡ଼ିଥିବା ଯୁବକ ଦୁଇଜଣ ଟି. ତ୍ରିନାଥ କୁମାର ଓ ବି. ୟୁଵାଚାରଣ ଆଦିତ୍ୟ ଉଭୟେ ତେଲେଙ୍ଗାନାର ଖମ୍ମମ ଜିଲ୍ଲାବାସୀ। ପୋଲିସ ତଥ୍ୟ ଅନୁସାରେ, ସେମାନେ ଗଞ୍ଜେଇକୁ ତେଲେଙ୍ଗାନା ରାଜ୍ୟକୁ ନେଇ ବିକିବାକୁ ଯାଉଥିଲେ ଏବଂ ମିଳିଥିବା ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ କିଣିବା ଯୋଜନା କରିଥିଲେ। ଚାଲାଣ ପାଇଁ ବ୍ୟବହୃତ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି। ଉଭୟ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

Post a Comment

أحدث أقدم