Header ADS

ଗୋଚର ଜମିରେ ମକା ଚାଷକୁ ବିରୋଧ କରି ଶହ ଶହ ଲୋକେ ତହସିଲଦାର ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି




ଗୋଚର ଜମିରେ ମକା ଚାଷକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ।ବୋରିଗୁମ୍ମା ବ୍ଲକ ବାମୁଣିଆ ଗୁଡା ଗାଁ ରେ ଠାକୁରାଣୀ ମନ୍ଦିର ନିକଟରେ ପ୍ରାୟ ୪୦ ଏକର ଗୋଚର ଜମି ପଡି ରହିଥିଲା ସେହି ପାଖ ଗାଁ ବୈରାଗୀ ପଦର ଗାଁର କିଛି ଲୋକ ସେହି ଗୋଚର ଜମିରେ ବାମୁଣିଆଗୁଡା ଗାଁ ଲୋକେ ମନା କରିବା ସତ୍ବେ ମକା ଚାଷ କରିଥିଲେ।ଗାଁ ଲୋକେ ବିରୋଧ କରି ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ।ଜିଲ୍ଲାପାଳ ବୋରିଗୁମ୍ମା ତହସିଲଦାର ଙ୍କୁ ଚିଠି କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ତାହା ଏବେ ବିଚାରଧୀନ ଅବସ୍ଥାରେ ଅଛି।ଚାଷ କରିଥିବା ଲୋକେ ମକା ଫସଲ ଅମଳ କରି ସାରିଲେଣି ଆଉ କେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପ୍ରଶାସନ ବୋଲି ଆଜି ବାମୁଣିଆଗୁଡ଼ା ଗାଁ ଲୋକେ ବୋରିଗୁମ୍ମା ତହସିଲଦାର ଙ୍କୁ ପ୍ରଶ୍ନ କରିଥିଲେ।ଦୁଇ ଗାଁ ମଧ୍ୟରେ ସଂଘର୍ଷ ବଢୁଛି କେତେବେଳେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବେ ବୋଲି କହିଛନ୍ତି ଗାଁ ଲୋକେ।ସେପଟେ ତହସିଲଦାର କହିଛନ୍ତି ମାନ୍ୟବର ଅଦାଲତ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Post a Comment

Previous Post Next Post