Header ADS

ବନ୍ଧୁ କୁ ଟ୍ରେନ ରେ ବସାଇବାକୁ ଆସି ଟ୍ରେନ ଚକା ତଳେ ଚାଲିଗଲା ଜୀବନ



ବନ୍ଧୁ କୁ ଟ୍ରେନ ରେ ବସାଇବାକୁ ଆସି ଟ୍ରେନ ଚକା ତଳେ ଚାଲିଗଲା ଜୀବନ l 

ପଡିଆ ତା ୨୫/୧୨(New ଓଡିଶା TV)ସାଙ୍ଗକୁ ଟ୍ରେନ ରେ ବସାଇବାକୁ ଆସି ଟ୍ରେନ ଚକ ତଳେ ଚାଲିଗଲା ଜୀବନ ଏପରି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି ହାଇଦ୍ରାବାଦ ଟ୍ରେନ ଷ୍ଟେସନ ରେ l ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ୱାନ୍ତାଲ ବିଜୟ ରତ୍ନମ(23). ସୂଚନା ଅନୁଯାଇ..ବିଜୟ ରତ୍ନମ... ଯୁବକ ଜଣଙ୍କ ପଡିଆ ସଦର ମହକୁମା..ଖ୍ରୀଷ୍ଟି୍ୟାନ ସାହିର ଅତି ଗରିବ ପରିବାର ମଧ୍ୟରେ ଦିନ କଟାଉ ଥିଲା ବେଳେ ଯୁବକ ଜଣକ ନିଜ ସାହି ର ବନ୍ଧୁ ନାକା କିରଣ ଙ୍କ କଥା ରେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀ ରେ ଦୀର୍ଘ..ମାସ ଧରି.କାର୍ଯ୍ୟ କରି ଆସୁଥିଲେ l ଯେଉଁ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ ସେ କମ୍ପାନୀ ମାଲିକ ୩ ମାସ ହେଲା ଦରମା ପେମେଣ୍ଟ ନ କରିବାରୁ ବଡଦିନ ପାଳିବାକୁ ଆସି ପାରି ନଥିଲେ. କିନ୍ତୁ ତାଙ୍କ ବନ୍ଧୁ ନାକା କିରଣ ପ୍ରଭୁ ଯୀଶୁ ଙ୍କ ଜହ୍ନ ଦିନ( ବଡଦିନ) ପାଳିବାକୁ ଘରକୁ ବାହାରି ଥିଲେ ତାଙ୍କୁ ଛାଡିବାକୁ ହାଇଦ୍ରାବାଦ ରେଳ ଷ୍ଟେସନ କୁ ଆସିଥିଲେ.ରାଜୁ ରତ୍ନମ ... ଟ୍ରେନ ମଧ୍ୟରେ ବନ୍ଧୁ ଙ୍କୁ ବସାଇ ଟ୍ରେନ ରୁ ଓଲ୍ହାଇବା ପୂର୍ବରୁ ଟ୍ରେନ ଟି ଛାଡି ଦେଇଥିଲା.ଏହି ସମୟ ରେ ଟ୍ରେନ ରୁ ଓଲ୍ହାଇଲା ବେଳେ ଗୋଡ଼ ଖସି ଯାଇଥିଲା ଫଳରେ ଟ୍ରେନ ଚକ ତଳେ ତାଙ୍କର ବାମ ଗୋଡ ଟି ସମ୍ପୂର୍ଣ୍ଣ କଟି ଯାଇଥିଲା ଏହା ସହ ଚାପି ହୋଇ ଘଟଣା ସ୍ଥଳେ ତାଙ୍କର ପ୍ରାଣ ବାୟୁ ଚାଲି ଯାଇଥିଲା l ଘଟଣାଟି ଗତ 22ତାରିଖ ସୋମ ବାର ଅପରାହ୍ନ ରେ ଘଟିଥିଲା ସେଠିକାର ପୋଲିସ ସବ ଵେବଛେଦ ପରେ ଆଜି ନିଜ ଗ୍ରାମକୁ ପଠାଇ ଥିଲା ଖବର ଟି ପଡିଆ ଅଞ୍ଚଳ ରେ ପ୍ରଘଟ ହେବା ପରେ ସଦର ମହକୁମା ରେ ଦୁଃଖର ଛାୟା ଖେଳି ଯାଇଛି ପଡିଆ ସଦର ରେ ପାଞ୍ଚୋଟି ଚର୍ଚ୍ଚ ରେ ଧୁମ ଧାମ ରେ ପାଳନ ହେବାକୁ ଥିବା ପ୍ରଭୁ ଯୀଶୁ ଙ୍କ ଜହ୍ନ ଦିନ ଏକ ପ୍ରକାର ମଳିନ ପଡି ଯାଇଥିବା ଦେଖିବାକୁ ମିଳିଛି l ପ୍ରତି ବର୍ଷ ଏହି ଦିନରେ ଯୁବକ ଜଣଙ୍କ ନିଜ ଘରକୁ ଫେରି ଆନନ୍ଦ ର ସହ ବଡ ଦିନ ପାଳନ କରି ଯାଉଥିଲା. ଆଜି କମ୍ପାନୀ ଦରମା ନ ଦେବାରୁ ଆସି ପାରିଲା ନୀ ସତ କିନ୍ତୁ ଦୁନିଆ ରୁ ଚାଲିଗଲା.ଏ ସମସ୍ତ କଥା ପ୍ରେତେକ ଖ୍ରୀଷ୍ଟି୍ୟାନ ସମ୍ପ୍ରଦାୟ ର ପରିବାର ରେ ଚର୍ଚ୍ଚା ହେଉଛି ସମସ୍ତ ପରିବାର ଯୁବକର ଏପରି ମୃତ୍ୟୁ ରେ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି l ବିଗତ ବର୍ଷ ତଳେ ଏହି ସମୟ ରେ ତାଙ୍କ ମା...ୱାନ୍ତଲ ଜୟ ଆମ୍ମା. ପରିବାର ଗୁଜୁରାଣ ମେଣ୍ଟେଇ ବାକୁ ଯାଇ ଦିନ ମଜୁରିଆ ଭାବରେ କାମ କରୁଥିଲେ. ଟ୍ରାକ୍ଟର ଜନିତ ଧାନ ମଣ୍ଡା ମେସିନ ରେ କାମ କରୁଥିବା ବେଳେ ସେହି ମେସିନ ରେ ଲୁଗା ଲାଗିଯିବାରୁ ସେହି ମେସିନ ରେ ପେଷି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା l. ଏବେ ଠିକ ଏହି ସମୟ ରେ ପୁଅଟି ଟ୍ରେନ ଚକ ତଳେ ଚାଲିଗଲା ଜୀବନ. ଏପରି ହୃଦୟ ବିଦାରକ ଘଟଣା ପଡିଆ ସଦର ମହକୁମା ରେ ଦୁଃଖ ର ଛାୟା ଖେଳାଇ ଦେଇଛି l ଯୁବକ ଜଣଙ୍କ ଏକ ବର୍ଷ ତଳେ ବିଭାହ କରିଥିଲେ. ତାଙ୍କ ପରିବାର ରେ ବଡ଼ ଭାଇ ଥିବା ଜଣା ଯାଇଛି. ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ନିମନ୍ତେ ଅଞ୍ଚକ ବାସି ଦାବି କରିଛନ୍ତି l

Post a Comment

Previous Post Next Post