କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ ଯୁବକ, ଅନ୍ୟଜଣେ ଗୁରୁତର
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରୁ ପ୍ରାୟ ୪ କିମି ଦୁରରେ ଅବସ୍ଥିତ କତାଗୁଡା ଗ୍ରାମ ନିକଟରେ ମଙ୍ଗଳବାର ସଂନ୍ଧ୍ଯା ସମୟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଜଣେ ଯୁବକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ମାଲକାନଗିରି ଅଞ୍ଛଳର ତିନି ଯୁବକ ଓ ନିଲିଗୁଡା ଗ୍ରାମର ଜଣେ ଯୁବକଙ୍କ ସହ ଏକ ଧଳା ରଙ୍ଗର ଓଡି ୧୦ କ୍ୟୁ ୭୭୪୩ କାର ଯୋଗେ ପଡିଆ ବଜାରକୁ ଆସି ଫେରୁଥିଲେ। ଫେରିବା ବାଟରେ କତାଗୁଡା ଗ୍ରାମ ନିକଟସ୍ଥ ମୋଡ଼ରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ଅମରେଶ ଦେବ ମଣ୍ଡାଙ୍ଗି ନାମକ ଜଣେ ଯୁବକ ପ୍ରାଣ ହରାଇଥିଲେ ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ସମୟରେ ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସହ ପଡିଆ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ସୁଚନା ପାଇ ପଡିଆ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ଏକ ଟିମ୍ ନେଇ ଘଟଣା ସ୍ଥଳରେ ପହଂଚି ଆହାତ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ । ଏ ନେଇ ସୂଚନା ପାଇ ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୩୫/୨୦୨୫ ରୁଜୁ ହୋଇଥିବା ଜଣାପଡ଼ିଛି।


Post a Comment