Header ADS

ଚିକିତ୍ସା ଅବହେଳାରୁ ପ୍ରସବ ମହିଳାଙ୍କ ମୃତ୍ୟୁ ନେଇ ରାସ୍ତା ଅବରୋଧ

ଚିକିତ୍ସା ଅବହେଳାରୁ ପ୍ରସବ ମହିଳାଙ୍କ ମୃତ୍ୟୁ ନେଇ ରାସ୍ତା ଅବରୋଧ।


ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲା ଚାରିଛକ(ରିପୋର୍ଟ.ବସନ୍ତ ଦାସ) ନିମାପଡ଼ା ମୁଖ୍ୟରାସ୍ତା ଅବରୋଧ।ସୂଚନା ଅନୁଯାୟୀ ଗତ କାଲି କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫକୀରସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା ନାମକ ଜଣେ ମହିଳା ପ୍ରସବ ଚିକିତ୍ସା ନିମନ୍ତେ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ ଆସିଥିଲେ ସେଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସ୍ଵାମୀ ପିତବାସ ଓଝା।ପରେ ପରେ ଆଜି ସକାଳୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ପ୍ରଥମେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଧାରଣ ଦେଇଥିଲେ।କିଛି ସମୟ ପରେ ଧାରଣା ସ୍ଥଳରେ ନିମାପଡ଼ା ତହସିଲଦାର ଏବଂ ଚାରିଛକ ଥାନା ଅଧିକାରୀ ପହଞ୍ଚି ବୁଝା ସୁଝା କରିବା ପରେ ମଧ୍ୟ ଉତେଜିତ ଲୋକେ ଶୁଣି ନଥିଲେ।ପରେ ସ୍ବାସ୍ଥ୍ୟ କେନ୍ଦ୍ରରୁ ଧାରଣା କାରୀ ମାନେ ଉଠି ସିଧା ସଳଖ ମୁଖ୍ୟରାସ୍ତା ଅବରୋଧ କରିଥିଲେ. ଘଟଣା ସ୍ଥଳରେ କାକଟପୁର ଅତିରିକ୍ତ ତହସିଲଦାର, ନିମାପଡା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଏବଂ ଏସ ଡ଼ି ପିଓ ଜନାର୍ଦନ ପାଢୀ ସହିତ ଥାନା ଅଧିକାରୀ ମମତା ବିଶ୍ୱାଳ ଧାରଣା କାରୀଙ୍କ ସହିତ ଆଲୋଚନା କରି ମୁଖ୍ୟ ମନ୍ତ୍ରୀ ଙ୍କ ନିକଟକୁ ଦାବୀ ପତ୍ର ଦିଅନ୍ତୁ ଆମର ଯାହା ସାହାଯ୍ୟ କରିବାର ଅଛି ଆମେ କରିବୁ ବୋଲି ପ୍ରତିଶୃତି ଦେବାରୁ ଧାରଣା କାରି ମାନେ ରାସ୍ତା ରୁ ଉଠିଥିଲେ... ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା.

Post a Comment

Previous Post Next Post