Header ADS

ମାଲକାନଗିରି ଜିଲ୍ଲା ପାପୁଲୁର ଠାରେ ପ୍ରଥମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି ଜିଲ୍ଲା ପାପୁଲୁର ଠାରେ ପ୍ରଥମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ 

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ପାପୁଲୁରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି

ବିଧାୟକ ନରସିଂହ ମାଡ଼କାମୀ, ମାଲକାନଗିରି ପଞ୍ଚାୟତ ସମିତି 

ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ। 

ପଞ୍ଚାୟତ ସ୍ତରରେ ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରାଜ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସ୍ଥାପିତ ହେଇଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାପୁଲୁର ଠାରେ ଏହି ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। 

 ଏହି ଶୁଭ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ଗୁଣାତ୍ମକ ଶିକ୍ଷା ସଫଳ ପ୍ରଚେଷ୍ଟା ପାଇଁ ଧନ୍ୟବାଦ୍ ଅର୍ପଣ କହିଛନ୍ତି। ମାନ୍ୟବର ବିଧାୟକ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିବା ସହ ଯେଉଁଠି ଅପହଞ୍ଚ ଅଞ୍ଚଳରେ ଶିକ୍ଷା ବଢ଼ିଲେ ଅନ୍ୟାନ୍ୟ ସୁବିଧା ବଢିବ ବୋଲି ଆଶା ପୋଷଣ କରିଛନ୍ତି। 

ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ। ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ରକୋଣ୍ଡା ପ୍ରୀତା କୁମାର, ଗୋଷ୍ଠୀ ଶିକ୍ଷା ଅଧିକାରୀ କାଲିମେଳା ରମେଶ ବାରୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ରକୋଣ୍ଡା ଗାୟତ୍ରୀ ଦେବୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର ନାୟକ, ବରିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ, ସରପଞ୍ଚ ନରସିଂହ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ନ୍ୟାସୀ ପାପଲୁରୁ, ପ୍ରଧାନ ଶିକ୍ଷକ ଅମିତେଶ ହାଲଦାର ଆଦି ଜନପ୍ରତିନିଧି, ଅଧିକାରୀ ଗଣ, ଅଞ୍ଚଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ, ସ୍ଥାନୀୟ ଜନ ସାଧାରଣ ଓ ଗଣ ମାଧ୍ୟମର ପ୍ରତନିଧି ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକୁ ସଫଳ ଭାବେ ଆୟୋଜନ କରିବାରେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ତରଫରୁ ଦେବେନ୍ଦ୍ର ନାଥ ଦାଶ, ହେମନ୍ତ କୁମାର ପଟ୍ଟନାୟକ, ଅବନୀକାନ୍ତ ପଣ୍ଡା, ସତ୍ୟବ୍ରତ ମିଶ୍ର, ଶକୁନ୍ତଳା ମାଝୀ, ବିଜୟଲକ୍ଷ୍ମୀ ଚୌଧୁରୀ, ବାଳକୃଷ୍ଣ ମହାପାତ୍ର, ପ୍ରଭାକର ସାହୁ, ଶରତ କୁମାର ଚର୍ଚ୍ଚି, ଦେବାଶିଷ ବେହେରା, ଅଜୟ ମହାଲିକ, ରୂପକ କୁମାର ସିଂ ସାମଲ ଆଦି ସହଯୋଗ କରିଥିଲେ।



Post a Comment

Previous Post Next Post