ଅନୁଗୋଳ,ଜିଲ୍ଲା ତା, ୧୪/୦୧: (ସ୍ମୃତି ରଞ୍ଜନ ବେହେରା) କିଶୋରନଗର ବ୍ଲକ ଅନ୍ତର୍ଗତ ପାର୍ବତୀପୁର୍ ର ଗୋଜାପାହାଡ ଶିର୍ସଠାରେ ଥିବା ଶିବପାର୍ବତୀଙ୍କ ମେଳା ଧୂମଧାମ ର ସହ ମକର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭକ୍ତ ମାନଙ୍କ ପାଇଁ ମାଗଣା ରେ ଚା,କଫି ଓ ପାନୀୟ ଜଳ ର ବ୍ୟବସ୍ଥା କରା ଯାଇ ଥିଲା । ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। ଏଥିରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ସଂଖ୍ୟାରେ ଭକ୍ତ ସମାଗମ ହୋଇଥିଲେ । ମକର ଯାତ୍ରା ପକ୍ଷରୁ ନାମ ସଂକୀର୍ତ୍ତନ ସହିତ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟ କ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ହଣ୍ଡପା ଥାନା ଅଧିକାରୀ ରାଜେଶ କୁମାର ଶତପଥୀ ଯୋଗ ଦେଇ ଥିଲେ ।ଆଞ୍ଚଳିକ ମକର ଯାତ୍ରା କମିନିର ଚାରୋଟି ଗ୍ରାମରେ ଗଠିତ ହେଇଥିବା ସଭାପତି ମାନେ ମଧ୍ୟ ଉପସ୍ଥିତ ଥିଲେ ଓ ସେମାନଙ୍କୁ କମିଟି ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ମକରଯାତ୍ରା ରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ ତା ଉପରେ ହଣ୍ଡପା ପୋଲିସ ପ୍ରଶାସନ ଓ ବଇଣ୍ଡା ଫାଣ୍ଡି ଅଧିକାରୀ ଯୋଗ ଦେଇ ଧ୍ୟାନର ସହ କାର୍ଯ୍ୟ କରିଥିଲେ ।


Post a Comment