Header ADS

ପଡିଆ ନୂତନ ଥାନା ଅଧିକାରୀ ହେଲେ ସନ୍ତୋଷ କୁମାର ମାଝୀ

ପଡିଆ ନୂତନ ଥାନା ଅଧିକାରୀ ହେଲେ ସନ୍ତୋଷ କୁମାର ମାଝୀ 


ମାଲକାନଗିରି ଜିଲ୍ଲା ପଡିଆ ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ । ଶ୍ରୀ ମାଝୀ ପୂର୍ବେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଏସଆଇ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ l ଗତ ବର୍ଷ ହୋଇଥିବା ପଦନ୍ନୋତି କ୍ରମେ ଇନ୍ସପେକ୍ଟର ଭାବେ ପଡିଆ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି l ଜଣେ ଯୁବ ଥାନା ଅଧିକାରୀ ଭାବେ ଆାଦିବାସୀ ଅଧ୍ୟୁଷିତ ପଡିଆ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଧ୍ୟାନ ଦେବା ସହ ସୀମାବର୍ତ୍ତୀ ଅଞ୍ଚଳରେ କଡା ପ୍ରହରୀ, ଅବକାରୀ ନିୟନ୍ତ୍ରଣ ସମେତ ଗ୍ରାମାଞ୍ଚଳରେ ହେଉଥିବା ଛୋଟବଡ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏଥିପାଇଁ ଆଜି ପଡିଆ ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନେ ଶ୍ରୀ ମାଝିଙ୍କ ଆାଗାମୀ କାର୍ଯ୍ୟାଳୟକୁ ନେଇ ଶୁଭେଛା ଜଣାଇବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିଛନ୍ତି। ଏହି ପରିପେକ୍ଷିରେ ସାମ୍ବାଦିକଙ୍କ ପକ୍ଷରୁ ଉତ୍ତରୀୟ ଦେଇ ଆଇଆଇସି ଶ୍ରୀ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l

Post a Comment

Previous Post Next Post