Header ADS

ସରକାରୀ ନୋଡାଲ ହାଇସ୍କୁଲ ରେ ପି ଏମ ଶ୍ରୀ ଉତ୍ସବ ପାଳନ।

ସରକାରୀ ନୋଡାଲ ହାଇସ୍କୁଲ ରେ ପି ଏମ ଶ୍ରୀ ଉତ୍ସବ ପାଳନ।



ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ ୨୦୩୬ କୁ ଆଖି ଆଗରେ ରଖି, ବିଭିନ୍ନ କାର୍ଯ୍ୟକଳାପ ଓ ପ୍ରଦର୍ଶନୀ ମାଧ୍ୟମରେ ଦକ୍ଷତା ଅର୍ଜନ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରୀକ ବିକାଶକୁ ତ୍ବରାନ୍ବିତ କରିବା ସକାଶେ ,ଛାତ୍ର ଛାତ୍ରୀଙ୍କ ସୃଜନଶୀଳତା, ନବ ସୃଜନ ଓ ପ୍ରତିଭାର ବିକାଶ ନିମନ୍ତେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ବିଶ୍ୱାସଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଅତିଥି ଭାବରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ ଯୋଗଦାନ କରିଥିଲେ ଏବଂ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମମତା ସୋଏ, ବିଧାୟକ ପ୍ରତିନିଧି ସତ୍ଯ ସରଣ ପାଲ, ମାଲକାନଗିରି ୟୁନିୟନ ଅଫ୍ ଜର୍ଣଲିଷ୍ଟସର ସଭାପତି ଦେବ ପ୍ରସାଦ ଦାସ ଏବଂ ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନିୟା ଯୋଗ ଦେଇ ଉପସ୍ଥିତ ବର୍ତ୍ତମାନ ଓ ପ୍ରାକ୍ତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଉପସ୍ଥିତ ଦର୍ଶକ ମାନଙ୍କୁ ଉଦବୋଧନ ଦେଇଥିଲେ। ଗଣିତ ଶିକ୍ଷକ ବିଷ୍ଣୁ ପ୍ରସାଦ ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ମୃତିକା ସୁକୁଲ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post