ବାଇକ୍ ଯୋଗେ ଦେଶୀ ମହୁଲି ଚାଲାଣ ବେଳେ ପୋଲିସ ହାବୁଡ଼ରେ ମଦ ବେପାରୀ l
ଅନୁଗୋଳ ଜିଲ୍ଲା ତା,୧୯/୦୧ (ସ୍ମୃତି ରଞ୍ଜନ ବେହେରା) କିଶୋରନଗର୍ ବ୍ଲକ ଅନ୍ତର୍ଗତ ସରଗିପାଲି ରେଲୱେ ବ୍ରିଜ ନିକଟରୁ ବିଶେଶ୍ୱର ବେହେରା ବୟସ 33, ବୁଦୁଲିମୁଣ୍ଡା ଗ୍ରାମରୁ ଦେଶୀ ମହୁଲି ମଦ ଆଣୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି l ତାଙ୍କ ନାମରେ ଆଗରୁ ଦେଶୀ ମହୁଲି ଚାଲାଣ କରୁଥିବାର ହଣ୍ଡପା ଥାନାରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତିକରି ହଣ୍ଡପା ଥାନା ଅଧିକାରୀ ରାଜେଶ ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରକାଶ ବାରିକ ଓ ତାଙ୍କ ଟିମ୍ ଯାଇ ବିସେଶ୍ୱରଙ୍କ ଗ୍ରାମ ପାଖାପାଖି ଥିବା ସର୍ଗିପାଲି ରେଲୁଏ ଫାଟକ ପାଖରେ ତାଙ୍କୁ ଧରିଥିଲା ଓ ବିଶେଶ୍ୱର ବେହେରା ଙ୍କ ପାଖରୁ ଏକ ବାଇକ୍ ନମ୍ୱର (ଓଡି 15 ଇ 4852) ଓ ଦୁଇଟି ଯାର ରେ ଦେଶୀ ମହୁଲିମଦ ମଧ୍ୟ କାବୁ କରିଥିଲା ସେଥିରେ ପାଖାପାଖି 100ଲିଟରରୁ ଅଧିକ ଦେଶୀ ମହୁଲି ମଦ ଜବତ କରିବା ସହିତ ତାକୁ ଗିରଫ କରିକୋର୍ଟ ଚାଲାଣ କରିଥିବା ହଣ୍ଡପା ଥାନା ଅଧିକାରୀ ରାଜେଶ ଶତପଥି ସୂଚନା ଦେଇଛନ୍ତି,


Post a Comment